ନ୍ୟୁଜ୍

କେମିତି ମରିଲେ ଡାଇନୋସର ?

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ :  ଡାଇନୋସର ବିଷୟରେ ଆମେ ପିଲାବେଳୁ କାହାଣୀରେ ଶୁଣିଛେ ଆଉ କାର୍ଟୁନ ଏବଂ ଫିଲ୍ମ ମାଧ୍ୟମରେ ଦେଖିଛେ ବି। ଡାଇନୋସର ଦେଖିବାକୁ ବିଶାଳ ଆଉ ଭୟଙ୍କର। ୨୩୦ ନିୟୁତ ବର୍ଷ ପୂର୍ବେ ସେମାନେ ସବୁଠାରୁ ପ୍ରଭାବଶାଳୀ ସ୍ତଳଚର ପ୍ରାଣୀ ଥିଲେ ଆଉ ଏହି ଧରାପୁଷ୍ଠରେ ରାଜ୍ କରୁଥିଲେ କିନ୍ତୁ ପରେ ତାଙ୍କ ବଂଶ ପୁରା ନିପାତ ହୋଇଗଲା। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ କିଭଳି ଡାଇନୋସରଙ୍କ ବଂଶ ଲୋପ ପାଇଲା?

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ପୃଥିବୀ ପୁଷ୍ଠରେ ପାଣିପାଗ ପରିବର୍ତ୍ତନ କିମ୍ବା ଆଗ୍ନେୟଗିରି ଉଦଗିରଣ ହେତୁ ଡାଇନୋସରଙ୍କ ବଂଶ ବିଲୁପ୍ତ ହେଇଯାଇଥିଲା।ବର୍ତ୍ତମାନ ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଡାଇନୋସରଙ୍କର ମୃତ୍ୟୁ ଦୁଇଟି ବିଷାକ୍ତ ଗ୍ୟାସ ପାଇଁ ହୋଇଛି। ଆମେରିକାର ଡାର୍ଟମାଉଥ କଲେଜର ଦୁଇ ଭୁବିଜ୍ଞାନୀ ବ୍ରେନହିନ୍ କେଲର ଏବଂ ଆଲେକ୍ସଜାଣ୍ଡର କକ୍ସ କମ୍ପ୍ୟୁଟର ମଡେଲ ମାଧ୍ୟମରେ ଡାଇନୋସରର ମୃତ୍ୟୁର କାରଣ ଆବିଷ୍କାର କରିଥିବା ଦାବି କରିଛନ୍ତି। କେଲର ଏବଂ କକ୍ସ ସମୁଦ୍ର ତଳୁ ମିଳିଥିବା ବିଭିନ୍ନ ଧାତୁକୁ ପରୀକ୍ଷା କରିଥିଲେ। ସେହି ସବୁ ଧାତୁ ଫୋରୋମିନାଇଫେରା ନାମକ ସୂକ୍ଷ୍ମଜିବରେ ପରିପୂର୍ଣ୍ଣ ଯାହା ସମୁଦ୍ରର ଅମ୍ଳତା ,କାର୍ବନ ଏବଂ ସଲଫର୍ ଡାଇଅକ୍ସାଇଡର ପରିମାଣ ବିଷୟରେ ସୂଚନା ପ୍ରଦାନ କରିଥାଏ। ଏହି ଦୁଇ ପ୍ରକାରର ଗ୍ୟାସ୍ ର ପରିମାଣ ବୃଦ୍ଧି ହୋଇଥିବାରୁ ଡାଇନୋସରଙ୍କର ମୃତ୍ୟୁ ହୋଇଥିବା ଗବେଷକଦଳ କହିଛନ୍ତି।

ତେବେ ଏବେ ବି ଏହି ତଥ୍ୟ ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି।

Show More
Back to top button