ନ୍ୟୁଜ୍ରାଜ୍ୟ

କରୋନର ହଟସ୍ପଟ୍ ବାଲେଶ୍ୱରରେ କରୋନା କେମିତି କମିଲା ?

ସତ୍ୟଶିଖା ( ବାଲେଶ୍ୱର ) : ୨୮.୦୭.୨୦୨୦  ବାଲେଶ୍ୱରରେ ଏମିତି କଣ ହେଲା ଯେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ କମିବାକୁ ଲାଗିଲା । ଏପ୍ରିଲ ୧୮ରୁ ଆରମ୍ଭ ହୋଇଥିବା ସଂକ୍ରମଣ ଧୀରେ ଧୀରେ ବଢିଥିଲା । କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହା କମିବା ଆରମ୍ଭ ହୋଇଯାଇଛି ।   ବାଲେଶ୍ୱରରେ କେମିତି କମିଲା ସଂକ୍ରମଣ ସେନେଇ ସବୁଠି ଚର୍ଚ୍ଚା ।  ରାଜ୍ୟରେ ୨୮,୧୦୭   ଜଣ ସଂକ୍ରିତ ହୋଇଥିବା ବେଳେ ବାଲେଶ୍ୱରରେ ସଂକ୍ରମିତ ହୋଇଛନ୍ତି ୮୮୫ଜଣ ।  ରାଜ୍ୟରେ ୧୦୫୪୪ଟି ସକ୍ରିୟ ମାମଲା ରହିଥିବା ବେଳେ ବାଲେଶ୍ୱରରେ ୨୨୫ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ୧୫୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏପ୍ରିଲ ୧୮ ତାରିଖ । ବାଲେଶ୍ୱରରୁ ଆସିଲା ୬୧ ନମ୍ବର ସଂକ୍ରମଣ । ବାଲେଶ୍ୱର ନେଳିଆବାଗ ଅଂଚଳର ଜଣେ ବ୍ୟକ୍ତି ରାଂଚିରୁ ଚିକିତ୍ସା କରି ଫେରିବା ପରେ ଜଣାପଡିଥିଲା ସେ କରୋନା ପଜିଟିଭ । ସେହିଦିନ ଠାରୁ ବାଲେଶ୍ୱରରେ କୋଲକାତା ଫେରନ୍ତାଙ୍କ ସଂଖ୍ୟା ବଢିଲା ଏବଂ ସଂକ୍ରମଣ ହାର ବଢି ବଢି ଚାଲିଲା । ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଗଲା ବାଲେଶ୍ୱର ।

କରୋନା ସଂକ୍ରମଣ ରୋକିବାରେ ବାଲେଶ୍ୱର କେମିତି ସଫଳ ହେଲା

      • ସଂକ୍ରମିତଙ୍କୁ ଯେତେଶୀଘ୍ର ହେବ ଚିହ୍ନଟ କରିବାକୁ ଚେଷ୍ଟା କରାଗଲା I
        – ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଥିଲା ସେମାନଙ୍କୁ ଚିହ୍ନଟ କରାଗଲା  I
        – ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ କଡାକଡି ଭାବେ ରଖାଗଲା  I
        – ସଂଗରୋଧରେ ରହୁଥିବା ଲୋକଙ୍କ ଉପରେ କଡା ନଜର ରଖାଗଲା  I
        – ୱାର୍ଡ କମିଟିକୁ ସକ୍ରିୟ କରାଗଲା  I
        – କରୋନା ପରୀକ୍ଷଣ ମଧ୍ୟ ବଢାଇଲା ପ୍ରଶାସନ  I
        – ନିତିଦିନ ମିଳିତ ନିରିକ୍ଷଣ କରାଗଲା  I
Show More
Back to top button