ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୫ .୦୯.୨୦୨୦ : ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲା ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଆଲ୍ଲୀ ଖାନ, ରକୁଲ ପ୍ରୀତ ସିଂହଙ୍କ ପରି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଛି। ଏହି ପୂରା ମାମଲାରେ କେତେକଙ୍କ ୱାଟସଆପ୍ ଚାଟ୍ ମିଡିଆରେ ଲିକ୍ ହୋଇଛି। ତେବେ ସବୁଠୁ ଚର୍ଚାରେ ରହିଛି ଦୀପିକା ପାଦୁକୋନଙ୍କ ଡ୍ରଗ୍ସ ୱାଟସଆପ ଚାଟ୍। ଏହି ଚାଟରେ ସେ ଡ୍ରଗ୍ସ ମାଗୁଥିବା ଜଣାପଡ଼ିଛି। ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ କେମିତି ମିଳିଲା। ଲୋକମାନେ ଏବେ ହ୍ବାଟସଆପର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହା ଉପରେ ୱାଟସଆପ୍ ମଧ୍ୟ ଆନୁଷ୍ଠାନିକ ଭାବେ ସଫେଇ ରଖିଛି।
କେମିତି ଲିକ୍ ହେଲା ଦୀପିକାଙ୍କ ୨୦୧୭ ମସିହାର ‘ଡ୍ରଗ୍ସ ଚାଟ୍’ !
