ନ୍ୟୁଜ୍ରାଜନୀତିରାଜ୍ୟ

ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ସତ୍ୟଶିଖା(ଭୁବନେଶ୍ୱର) ୦୯ .୧୨.୨୦୨୧:  ଆଜି ବିଧାନସଭା ଶୀତ ଅଧିବେଶର ଅଷ୍ଟମ ଦିନ । ତେବେ ଆଜି ବିଧାନସଭାରେ ପୂର୍ବ ଦିନ ଭଳି ହୋହାଲ୍ଲା ହୋଇନାହିଁ । ଆଜି ବିଧାନସଭା ଆରମ୍ଭ ହେଉ ହେଉ ତାମିଲନାଡୁର କୁନ୍ନୁରରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ ଘଟଣାରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହି ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ । ସିଡିଓଏସ ବିପିନ ରାୱଙ୍କ ସମେତ ୧୩ ଜଣଙ୍କ ମୃତୁ୍ୟକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଏହି ଶୋକ ପ୍ରସ୍ତାବକୁ ବିଜେପି ବିଧାୟକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସ୍ୱାନ୍ତନା ଦେଇଥିଲେ । ପରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହା ପରେ ମୃତକଙ୍କ ସମ୍ମାନର୍ଥେ ଆଜିର ଅଧିବେଶନର ପ୍ରଥମାର୍ଦ୍ଧରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି କହି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Show More
Back to top button