ହୋଟେଲରେ ଚଢ଼ାଉ ; ୨୬ ହଜାର ଜୋରିମାନା ଆଦାୟ

ସତ୍ୟଶିଖା ୦୪/୦୨/୨୦୨୧ : ଵ୍ରହ୍ମପୁର ମହାନଗର ନିଗମ ତରଫରୁ ଗୁରୁବାର ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି । ଅନେକ ହୋଟେଲରେ ବାସି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢାଉ କରାଯାଇଥିଲା । ୩୫ କିଲୋ ଓଜନର ବାସି ଖାଦ୍ୟ ନଷ୍ଟ କରାଯିବା ସହ ୨୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି ।

Exit mobile version