ସତ୍ୟଶିଖା ୧୦/୦୨/୨୦୨୧ : ରାଉରକେଲାରେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ ମିତଲଙ୍କୁ ହତ୍ୟା କରାଯାଇଛି । ଲୁହାରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଜମିଜମା ବିବାଦ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପ୍ଲାଂଟ ସାଇଟ ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଜାରି ରଖିଛି ।
ବିଭତ୍ସ… ରାଉରକେଲାରେ ହୋଟେଲ ମାଲିକଙ୍କୁ ହତ୍ୟା
