ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ନଭେମ୍ବର ୬ରେ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍ ମେଟେଓର ୩୫୦ ବଜାରକୁ ପ୍ରବେଶ କରିବ । ଠିକ୍ ଏହା ପୂର୍ବରୁ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍କୁ ଟକ୍କର ଦେବାକୁ ବଜାରରେ ପହଞ୍ଚିସାରିଛି ହୋଣ୍ଡା ହାଏନେସ୍ ସିବି ୩୫୦(H’ Ness CB 350) । ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ଷ୍ଟାଇଲିଙ୍ଗ ମୋଟରସାଇକେଲ୍ H’Ness CB 350 ଭାରତକୁ ଡେଲିଭରି ଆରମ୍ଭ କରିଛି ।
H’Ness CB 350ରେ ୩୪୮ ସିସିର ସିଙ୍ଗଲ୍ ସିଲିଣ୍ଡର, ଫ୍ୟୁଲ୍ ଇଂଜେକ୍ଟେଡ୍ ଓ ଏୟାର କୁଲ୍ଡ୍ ଇଞ୍ଜିନ୍ ଲାଗିଛି । ଯାହାକୁ ୫ ସ୍ପିଡ୍ ଗିୟରବକ୍ସ ସହ ଯୋଡ଼ାଯାଇଛି । ଏହି ଇଞ୍ଜିନ୍ ୨୦.୮ ଏଚପି ଓ ୩୦ ଏନଏମ୍ ଟର୍କ ଜେନେରେଟ୍ କରିବ । H’Ness CB 350ର ଫିଚ୍ର ବି ଦମଦାର ରହିଛି । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ସୁବିଧା ରହିଛି । ମୋବାଇଲ୍ ଫୋନ୍ ଗାଡ଼ିର ମିଟର ସହ କନେକ୍ଟ କରିହେବ । ଏଥିରେ ବ୍ୟାଟେରି ହେଲ୍ଥ ମନିଟର, ଏଲଇଡି ଲାଇଟ୍ ସିଷ୍ଟମ ରହିଛି । ଏହାସହ ଭଏସ୍ କଂଟ୍ରୋଲ୍ ସିଷ୍ଟମ ଥିବା ବେଳେ ପୂର୍ବରୁ ଏଥିରେ ଡୁଆଲ୍ ହର୍ଣ୍ଣ ଖଞ୍ଜିଛି କମ୍ପାନୀ ।