

ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର । ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଆଉ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ହାଇସ୍କୁଲରେ ପିଲାମାନେ ତୃତୀୟ ବିଷୟ ଭାବେ ହିନ୍ଦୀ , ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରଥମେ ଚୟନ କରୁଛନ୍ତି । ତେବେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାକୁ ତ୍ୟାଗ କରୁଥିବା କୁହାଯାଉଛି ।