ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୨.୦୮.୨୦୨୦ : କେନ୍ଦ୍ର ଗୃମମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ କରୋନା ଜନିତ ସାମାନ୍ୟ ଳକ୍ଷ୍ୟଣ ଦେଖା ଦେବାରୁ ସେ ଟେଷ୍ଟ କରାଇଥିଲେ । ଏହି ଟେଷ୍ଟରେ ଅମିତ ଶାହ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ତେବେ ସେ ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହେବାକୁ ଯାଉଛନ୍ତି ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି ଶାହ । ଅନ୍ୟପଟେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ ନିଜ ନିଜର ଟେଷ୍ଟ କରାଇବାକୁ ଟ୍ୱିଟ୍‌ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Show More
Back to top button