ହଲିଉଡ୍ ମୁଁହା ଆଲିଆ ଭଟ୍ଟ

ସତ୍ୟଶିଖା( ମୁମ୍ବାଇ) ୦ ୯.୦୭.୨୦୨୧: ବଲିଉଡ୍ ପରେ ଏବେ ହଲିଉଡ୍ ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ ।ଆଲିଆ ଭଟ୍ଟ ତାଙ୍କ ହଲିଉଡର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ୱିଲିୟମ୍ ମୋରିସ୍ ଏଜେନ୍ସି (ଡବ୍ଲୁଏମ୍ଇ) ନାମକ ଏକ ଆନ୍ତର୍ଜାତୀୟ ପ୍ରତିଭା ପରିଚାଳନା ଏଜେନ୍ସି ସହିତ ଏକ ଚୁକ୍ତି କରିଛନ୍ତି।

୧୮୯୮ ମସିହାରେ ଗଠିତ, ୱିଲିୟମ୍ ମୋରିସ୍ ଏଜେନ୍ସି ହେଉଛି ଦୀର୍ଘତମ ଗତିଶୀଳ ଟାଲେଣ୍ଟ ଏଜେନ୍ସି। ଯାହା କ୍ରୀଡା, ଇଭେଣ୍ଟ, ମିଡିଆ ଏବଂ ଫ୍ୟାଶନ୍ ପରିଚାଳନା କରେ। ଏହା ଅଭିନେତା ଫ୍ରେଇଡୋ ପିଣ୍ଟୋଙ୍କୁ ମଧ୍ୟ ପରିଚାଳନା କରିଥିଲା ଏବଂ ୨୦୧୯ରେ ଏହାକୁ ବିଲବୋର୍ଡ ଲାଇଭ ମ୍ୟୁଜିକ୍ ପୁରସ୍କାରରେ ଏଜେନ୍ସି ଅଫ୍ ଦି ଇୟର ଭାବରେ ନାମିତ କରାଯାଇଥିଲା।

Exit mobile version