ଧର୍ମ

ବସନ୍ତପଞ୍ଚମୀ ସହ ଆରମ୍ଭ ହେବ ବ୍ରଜପୁରରେ ହୋଲି

ସତ୍ୟଶିଖା ୧୫/୦୨/୧୦୨୧ : ରାଧା-କୃଷ୍ଣଙ୍କ ଅମର ପ୍ରେମର ମାଟି ବ୍ରଜ ଏବେ ରଙ୍ଗର ପର୍ବ ହୋଲି ଲାଗି ଚୂଡ଼ାନ୍ତ ପ୍ରସ୍ତୁତି ସାରିଛି । ମଙ୍ଗଳବାର ସାରା ଦେଶରେ ବସନ୍ତ ପଞ୍ଚମୀ ପାଳନ ସହ ବ୍ରଜରେ ହୋଲି ଉତ୍ସବର ଶୁଭାରମ୍ଭ ହେବ । ଏଠାରେ ହୋଲିକା ଦହନ ଓ ଧୁଲେଡି (ହୋଲି) ପରେ ମଧ୍ୟ ୫୦ଦିନ ପର୍ଯ୍ୟନ୍ତ ରଙ୍ଗର ଉତ୍ସବ ପାଳନ ହେବ।ବସନ୍ତ ପଞ୍ଚମୀରେ ପ୍ରଥମ ହୋଲି ବୃନ୍ଦାବନରେ ଠାକୁର ଶାହ ବିହାରୀ, ଠାକୁର ବାଙ୍କେ ବିହାରୀ,  ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥାନ ଓ  ବରସାନା ଲାଡିଲି ଜୁ (ରାଧାରାଣୀ) ମନ୍ଦିରରେ ଅନୁଷ୍ଠିତ ହେବ । ଏହା ସହ ହୋଲିର ମଧୁର ଗୀତରେ ଗଗନ ପବନ ମୁଖରିତ ହେବାରେ ଲାଗିବ ଯାହା ଏଠାରେ ହୋଲିକା ଦହନ ପର୍ଯ୍ୟନ୍ତ ଚାଲିବ । ଠାକୁର ଶାହାବିହାରୀଙ୍କ ମନ୍ଦିରକୁ ବଙ୍କା ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିର ବର୍ଷକୁ ମାତ୍ର ଦୁଇ ଥର  ଖୋଲିଥାଏ । ଏଥିରେ ବସନ୍ତ ପଞ୍ଚମୀରେ ବର୍ଷର ପ୍ରଥମ ଦ୍ୱାର ଖୋଲା ହୁଏ । ଠାକୁରଙ୍କୁ ଅବିର ଅର୍ପଣ ସହ ଦେଶରେ ହୋଲି ଉତ୍ସବର ଶୁଭାରମ୍ଭ ହୁଏ । ଫାଲଗୁନ ଶୁକ୍ଲ ପୁର୍ଣ୍ଣିମା ପର୍ଯ୍ୟନ୍ତ ବ୍ରଜରେ ହୋଲିର ଉଲ୍ଲାର ଜାରି ରହିବ ।

Show More
Back to top button