ସତ୍ୟଶିଖା ୧୯/୦୭/୨୦୨୫: ମହାପ୍ରଭୁଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ହେଲେ ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ସାମଲ, କାର୍ଯ୍ୟକାରୀ ପ୍ରାଯୋଜକ ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର (ବିସନ ମହାନ୍ତି), ଅଭିନେତା ଶ୍ରୀତମ ଦାସ (ରାଜା ମୁକୁନ୍ଦ ଦେବ), (ଗଜପତି ରାମଚନ୍ଦ୍ର ଦେବ) ଜ୍ୟୋତି ନାୟକ, (କଳାପାହାଡ଼) ଅଂଶୁମାନ ଭୂମିକାରେ ନଜର ଆସିଛନ୍ତି ।କେବଳ ଓଡ଼ିଶା ନୁହେଁ ସାରା ବିଶ୍ବର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ଓଡ଼ିଆ ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମ୍କୁ ନିମନ୍ତ୍ରଣ କରିଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନରନ୍ନାଥଙ୍କ ‘ନବକଳେବର’ ପ୍ରଦର୍ଶିତ ହୋଇଥିଲା ।
ରାଷ୍ଟ୍ରପତି ଭବନର କର୍ମଚାରୀ, ଫିଲ୍ମର ପ୍ରଯୋଜନା ଟିମ୍, ନିର୍ଦ୍ଦେଶନା ଟିମ୍ ଓ କଳାକାରଙ୍କ ସହ ଫିଲ୍ମ ଦେଖିଲେ ମହାମହିମ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’କୁ ଅପୂର୍ବ ସଫଳତା ମିଳିଛି l