ନ୍ୟୁଜ୍
ବିଷଧର ସାପର ଚୋଟରେ ଜୀବନ ଚାଲିଗଲା l


ସତ୍ୟଶିଖା ( ପାଟଣା ) ୨୭.୦୮.୨୦୨୦ : ବିଷଧର ସାପ କାମୁଡାରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ରଘୁନାଥ ନାଏକ, ଏବଂ ତାଙ୍କ ବୟସ ୫୦ବର୍ଷ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଡିଆପଡ଼ା ଜାମୁନାଳିଆ ଗାଁରେ ଘଟିଛି ଘଟଣା ।
ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ ରଘୁନାଥ । କିନ୍ତୁ ସେ ଶୋଇଥିବା ବିଛଣାରେ ଏକ ବିଷଧର ସାପ କାମୁଡିଥିଲା । ଯାହାଫଳରେ କି ବାନ୍ତି କରିବାକୁ ଲାଗିଥିଲେ । ପରିବାର ଲୋକ ଏହା ଜାଣିପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବେଚ୍ଛଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତୁରୁମୁଙ୍ଗା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।