ସତ୍ୟଶିଖା( ଭୁବନେଶ୍ୱର )୧୮ .୦୮. ୨୦୨୨: ହୀରାକୁଦରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ। ହୀରାକୁଦ ଜଳ ମିଶିବା ପରେମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଆଜି ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।
ସେ କହିଛନ୍ତି, ହୀରାକୁଦ୍ ଡ୍ୟାମରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ଦିନକ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯାଇଥିବା ୧୪ଟି ଗେଟ୍ ପାଣି ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ମିଶିବ। ହୀରାକୁଦ୍ ଡ୍ୟାମର ଗେଟ୍ ବନ୍ଦ ସମ୍ପର୍କରେ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ। ଗେଟ୍ ବନ୍ଦ କରାଯିବ ପକ୍ଷରେ ନିଷ୍ପତ୍ତି ନିଆଯାଇପାରେ।