ସତ୍ୟଶିଖା (ଭୁବନେଶ୍ୱର) ୧୧/୦୧/୨୦୨୧ : ଖୋଲିଲା ଉଚ୍ଚ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ । ୯ମାସ ପରେ ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଅନୁଷ୍ଠିତ ହେବ । ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଂଚମ ଓ ପିଜିର ୩ୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା, ପୋଷ୍ଟ ଡ଼ିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଛି ।
ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ
