ଖେଳନ୍ୟୁଜ୍ରାଜ୍ୟ

ବାରବାଟୀରେ ଟି-୨୦ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

ସତ୍ୟଶିଖା(କଟକ  )୦୧.୦୬. ୨୦୨୨ :  ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ୍‌ ହେବାକୁ ନେଇ ବଢ଼ିଲା ଅଡ଼ୁଆ । ବାରବାଟୀରେ ଟି-୨୦ ମ୍ୟାଚ୍‌ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି ।  ଢେଙ୍କାନାଳ ଜିଲ୍ଲା ଭୁବନର ଜନୈକ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଟି-୨୦ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିଛନ୍ତି ।  ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗରେ ଏହି ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ବିସିସିଆଇ ଓ ରାଜ୍ୟ ସରକାରଙ୍କ ସହ ୧୫ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।

Show More
Back to top button