ସତ୍ୟଶିଖା (ନୂଆଦିଲ୍ଲୀ) ୦୬/୦୨/୨୦୨୧ : ନୂତନ କୃଷି ଆଇନ୍କୁ ବିରୋଧ କରି ଆଜି ଦେଶବ୍ୟାପୀ ‘ଚକା ଜାମ୍’ ହେଉଥିବା ବେଳେ ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକରେ ହାଇ ଆର୍ଲଟ ଜାରି କରାଯାଇଛି । ଏଥିସହ ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଲ୍ଲୀ ପୁଲିସ୍ ଚିଠି ଲେଖି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍(ଡିଏମ୍ଆର୍ସି)କୁ ଆବଶ୍ୟକ ପଡ଼ିଲେ ପ୍ରାୟ ୧୨ଟି ମେଟ୍ରୋ ଷ୍ଟେସନ୍କୁ ସଟ୍ଡାଉନ୍ କରିବାକୁ ପ୍ରସ୍ତୁତ ରହିବାକୁ କହିଛି । ନୂଆଦିଲ୍ଲୀର ଡିସିପି ଡିଏମ୍ଆର୍ସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଡିସିପି କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ମେଟ୍ରୋ କର୍ମଚାରୀମାନେ ପ୍ରସ୍ତୁତ ରହିବା ଉଚିତ ।
ଦିଲ୍ଲୀର ମେଟ୍ରୋ ଷ୍ଟେସନଗୁଡ଼ିକରେ ହାଇ ଆର୍ଲଟ ଜାରି,ଲାଲ୍ କିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ
