ବାଣିଜ୍ୟ

ଆସିଲା ୟାମାହାର ନୂଆ F.Z.S F.I, ଦମଦାର୍ ଲୁକ୍ ସହ ବ୍ଲୁ-ଟୁଥ୍ କନେକ୍ଟିଭିଟି ଫିଚର୍

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ :  ୟାମାହା ମୋଟର ଭାରତରେ ନିଜର ଲୋକପ୍ରିୟ ବାଇକ ଏଫ-ଜେଡ୍ଏସ ଏଫଆଇର ଭିଣ୍ଟେଜ୍ ଭର୍ସନକୁ ଲଞ୍ଚ୍ କରିଛି । ଏହି ନୂଆ ମଡେଲରେ ଦମଦାର ଷ୍ଟାଇଲ୍ ସହ ରହିଛି ଆକର୍ଷଣୀୟ ଫିଚର୍ । ସବୁଠାରୁ ଖାସ୍ କଥା ଏଥିରେ ବ୍ଲୁଟୁଥ୍ କଲେକ୍ଟିଭିଟି ରହିଛି । ଏହାକୁ ୟାମାହା ମୋଟର ସାଇକେଲ୍ କନେକ୍ଟ ଏକ୍ସ ଆପ୍ ଜରିଆରେ କନେକ୍ସ କରିହେବ । ଫୋନରେ ମଧ୍ୟ ବାଇକକୁ ଇ-ଲକ୍ କରିହେବ । କମ୍ପାନୀ ୟାମାହା ଏଫଜେଡ୍ଏସ-ଏଫଆଇ ଭିଣ୍ଟେଜ୍ ଏଡିସନର ଦାମ୍ ୧.୦୯ ଲକ୍ଷ ରଖିଛି ।ଏହି ଦମଦାର ବାଇକରେ ୧୪୯ ସିସିର ଇଞ୍ଜିନ୍ ଦିଆଯାଇଛି । ଏଫଜେଡ୍ ହେଉଛି ୟାମାହାର ଏକ ଲୋକପ୍ରିୟ ବାଇକ୍ । ଏହାକୁ ୧୦ ବର୍ଷ ତଳେ ଭାରତୀୟ ବଜାରରେ ଲଞ୍ଚ୍ କରାଯାଇଥିଲା । ଲାଟେଷ୍ଟ୍ ମଡେଲରେ କମ୍ପାନୀ ଏହାର ଷ୍ଟାଇଲରେ କିଛିଟା ପରିବର୍ତ୍ତନ କରିଛି । ଏଥିରେ ଲେଦର୍ ଫିନିସିଂ ସିଟ୍ ଦିଆଯାଇଛି ଓ ବଡିରେ ଭିଣ୍ଟେଜ୍ ଗ୍ରାଫିକ୍ସ ମଧ୍ୟ ରହିଛି । ଏହା ଡିସେମ୍ବର ଆରମ୍ଭରେ ବିଭିନ୍ନ ସୋରୁମରେ ମିଳିବ । ବାଇକର ନୂଆ ଭିଣ୍ଟେଜ ମଡେଲରେ ଆପଣ ଫୋନରେ ୟାମାହା ମୋଟରସାଇକେଲ୍ କନେକ୍ସ ଆପ୍ ଡାଉନଲୋଡ୍ କରି ଆକାଉଣ୍ଟ ଖୋଲିବେ । ଏଥିରେ ଲଗଇନ୍ କରି ବାଇକ୍ ସହ ଯୋଡିପାରିବେ । ଏଥିରେ ଆନସର୍ ବ୍ୟାକ୍, ରାଇଡିଂ ହିଷ୍ଟ୍ରୀ, ଲୋକେଟ୍ ମାଇ ବାଇକ୍, ଇ-ଲକ୍, ପାର୍କିଂ ରେକର୍ଡ ଓ ହାଜାର୍ଡ ଫିଚର୍ସ ପ୍ରଦାନ କରାଯାଇଛି । ବାଇକରେ ଆହୁରି ମଧ୍ୟ ଏୟାର କୁଲଡ୍ ଇଞ୍ଜିନ, ସିଙ୍ଗିଲ୍ ସିଲିଣ୍ଡର ଫୁଏଲ ଇଞ୍ଜେକ୍ଟେଡ୍ ସିଷ୍ଟମ, ଏଲଇଡି ହେଡଲାଇଟ୍, ଏବିଏସ ରହିଛି । ଏହା ୧୨.୪ ପିଏସରେ ୧୩.୬ ଏନଏମ ଟର୍କ ଜେନେରେଟ୍ କରିଥାଏ ।

Show More
Back to top button