ରୂପସଜ୍ଜା

କେଶ ଜନିତ ଅନେକ ସମସ୍ୟାର କିଛି ସରଳ ସମାଧାନ

ସତ୍ୟଶିଖା ( ଭୁବନେଶ୍ୱର ) ୦୪ /୦୯ /୨୦୨୧: କୌଣସି ବୟସରେ କେଶ ଝଡିବା ଏକ ସାଧାରଣ କଥା। ଏଥିପାଇଁ କେଶର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ସଠିକ୍‍ ସମୟରେ ସଫା କରିବା ଏବଂ ତେଲ ମାଲିସ୍‍ କରିବା କେଶର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ତେବେ ଏହା ସହିତ କଣ୍ଡିସନିଂ କରିବା କେଶକୁ ମଜବୁତ କରିଥାଏ।
ପ୍ରାୟତଃ କେଶ ସଫା ବା ଶାମ୍ପୋ କରିବା ପରେ ଅନେକ ୨-୩ମିନିଟ ଯାଏ କଣ୍ଡିସନର ଲଗାଇ ରଖିଦିଅନ୍ତି ଏବଂ ପରେ ପୁଣି ଧୋଇ ଦେଇଥାନ୍ତି। କେଶ ପାଇଁ ଯେକୌଣସି କଣ୍ଡିସନର ଉପକାରୀ ହୋଇପାରେ ନାହିଁ। ତେଲିଆ, ରୁକ୍ଷ, ରେଶମୀ ଆଦି ପ୍ରକାର କେଶ ପାଇଁ ଭିନ୍ନ ଭିନ୍ନ କଣ୍ଡିସନର ବଜାରରେ ଉପଲବ୍ଧ।

କେଶର କଳାପଣ ଏବଂ ଚମକ ବଢାଇବା ଲାଗି କେବଳ ଶାମ୍ପୋ ବା କଣ୍ଡିସନିଂ ଆବଶ୍ୟକ ହୋଇନଥାଏ। ଏଥିପାଇଁ ନିୟମିତ ତେଲ ମାଲିସ୍‍ କରିବା ଜରୁରୀ। ଏହାଦ୍ୱାରା କେଶମୂଳକୁ ପୋଷକ ତତ୍ତ୍ୱ ମିଳେ। ଫଳରେ କେଶର ଘନତ୍ୱ ବଢେ। ତେଣୁ କେଶ ଧୋଇବାର ୧-୨ଘଣ୍ଟା ପୂର୍ବରୁ ଏହାର ମୂଳରେ ସୋରିଷ କିମ୍ବା ନଡିଆ ତେଲ ମାଲିସ କରିବାକୁ ଚେଷ୍ଟା କରନ୍ତୁ। ଏହାପରେ ଶାମ୍ପୋ କରି କଣ୍ଡିସନର ଲଗାନ୍ତୁ। ମାସକୁ ୨ଥର କଣ୍ଡିସନର ବ୍ୟବହାର କରିବା କେଶ ପାଇଁ ଯଥେଷ୍ଟ।

 

Show More
Back to top button