ନ୍ୟୁଜ୍

ସ୍ପେସ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ ସଫଳ ହୋଇ ଫେରିଲା

ସତ୍ୟଶିଖା ( ଭୁବନେଶ୍ୱର ) ୧୯/୦୯ /୨୦୨୧: ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ର ସଫଳ ଅଭିଯାନ । ତିନି ଦିନ ପୃଥିବୀ ଚାରିପଟେ ଘୁରି ବୁଲିବା ପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ମହାକାଶରେ ତିନିଦିନ ବିତାଇ ଫେରିଲେ 4 ନାଗରିକ । ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ର ସଫଳ ଅଭିଯାନ । ତିନି ଦିନ ପୃଥିବୀ ଚାରିପଟେ ଘୁରି ବୁଲିବା ପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ମହାକାଶରେ ତିନିଦିନ ବିତାଇ ଫେରିଲେ 4 ନାଗରିକ ।ସେପ୍ଟେମ୍ବର ୧୫ ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ନାସାର ୩୯ ଏରୁ ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନରେ ଜେରଡ ଇସାକମାନଙ୍କ ସହ ହେଲି ଆର୍ସିନକ୍ସ, ସିୟାନ ପ୍ରାକ୍ଟର ଓ କ୍ରିସ୍ ସେମ୍ବ୍ରୋସ୍କି ମଧ୍ୟ ସାମିଲ୍ ଥିଲେ ।

ଡ୍ରାଗନ କ୍ୟାପସୁଲ୍ ସମୁଦ୍ର କୂଳରେ ଅବତରଣ ପରେ ସେଥିରୁ ପ୍ରଥମେ ଆର୍ସିନକ୍ସ ବାହାରିଥିଲେ । ଏହାପରେ ମିଶନର କ୍ୟାପଟେନ୍ ପ୍ରାକ୍ଟର ବାହାରକୁ ଆସିଥିଲେ । ଏହି ସଫଳ ଅଭିଯାନ ପରେ ମିଶନରେ ଯାଇଥିବା 4 କ୍ରିୟୁ ମେମ୍ବରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମଥର ଏକ ନୂଆ ଅନୁଭୂତିକୁ ନେଇ ସେମାନେ ବେଶ ଖୁସିଥିବା ଦେଖିବାକୁ ମିଳିଛି ।

Show More
Back to top button