ଅପରାଧ

ବିପଦ ସମୟରେ ଟଙ୍କା ଦେଇ ସାହାଯ୍ୟ କରିଥିଲେ, ଟଙ୍କା ମାଗିବାରୁ ଆକ୍ରମଣ

ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ : ବିପଦ ସମୟରେ ଟଙ୍କା ଦେଇ ସାହାଯ୍ୟ କରିଥିଲେ। ଏବେ ଟଙ୍କା ଫେରସ୍ତ ମାଗିବାରୁ ହେଲା ମରଣାନ୍ତକ ଆକ୍ରମଣ। ଗୃପ୍ ଲୋନ୍ କରି ଟଙ୍କା ଉଠାଇବା ପରେ ସେହି ଟଙ୍କାକୁ ଅନ୍ୟକୁ ଦେଇ ବିପଦ ସମୟରେ ସାହାଯ୍ୟ କରିବା ଏବେ ମହିଳାଙ୍କ ପାଇଁ ମହଙ୍ଗା ପଡିଛି। ଟଙ୍କା ଫେରସ୍ତ ମାଗିବାରୁ ପ୍ରଥମେ ଟଙ୍କା ନେଇଥିବା ମହିଳାଙ୍କ ସହ ଝଗଡା ଓ ପରେ  ତାଙ୍କ ସ୍ବାମୀ କରିଛନ୍ତି ମରଣାନ୍ତକ ଆକ୍ରମଣ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ବଡ ଏକତାଳି ଗାଁ ରେ। ଗାଁର ନନ୍ଦିନୀ ବିପଦରେ ପଡିଥିବାରୁ  କମଳା ବୋଇତେଇ ଗୃପ୍ ଲୋନ କରି ପ୍ରଥମେ ୫୦ ହଜାର ଟଙ୍କା ଓ ପରେ ୨୦ ହଜାର  ଦେଇଥିଲେ  ହେଲେ ୨ଦିନ ତଳେ ଟଙ୍କା ଫେରସ୍ତ ମାଗିବାରୁ ନନ୍ଦିନୀ ଟଙ୍କା ନଫେରାଇ ଓଲଟା ଝଗଡା କରିଥିଲେ।

ଆଜି କିସ୍ତି ଆଦାୟକାରୀ  ସଂସ୍ଥାର କର୍ମଚାରୀମାନେ ଗାଁକୁ ଆସିଥିବା ସମମୟରେ କମଳାଙ୍କୁ କିସ୍ତିଟଙ୍କା ପୈଠ କରିବାର ଥିଲା । ଏହି ସମୟରେ ନନ୍ଦିନୀ ଙ୍କ ସ୍ୱାମୀ ପ୍ରଫୁଲ୍ଲ ସେହି ବାଟଦେଇ ଯାଉଥିବା ଦେଖି ତାଙ୍କୁ ଟଙ୍କା ମାଗିବାରୁ ଉତକ୍ଷିପ୍ତ ହୋଇ ସେ କମଳାକୁ ପଥରରେ ମୁଣ୍ଡକୁ ମାରି ଲହୁ ଲୁହାଣ କରିଛନ୍ତି। ଗୁରୁତର କମଳାଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଘଟଣାକୁ କେନ୍ଦ୍ରକରି ଥାନାରେ ମାମଲା ରୁଜୁ ହେବାପରେ ପେଲିସ୍ ତଦନ୍ତ ଆରମ୍ଭ କରିଛି।

Show More
Back to top button