ଦେଶ

ଚଳିତ ବର୍ଷ ପିତୃପକ୍ଷରେ ହେବନି ଗୟା ଶ୍ରାଦ୍ଧ l

ସତ୍ୟଶିଖା ୨୧ . ୦୮.୨୦୨୦ :  ମୋକ୍ଷସ୍ଥଳୀ ନାମରେ ପରିଚିତ ବିହାରର ପ୍ରସିଦ୍ଧ ଗୟାରେ ଚଳିତ ବର୍ଷ ପିତୃପକ୍ଷରେ ଶ୍ରାଦ୍ଧ ଦେବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଚଳିତ ବର୍ଷ ପିତୃପକ୍ଷ ମେଳା ଆୟୋଜନ ସ୍ଥଗିତ କରିଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପଣ୍ଡା ସମାଜ ଆପତ୍ତି ଦର୍ଶାଇଛନ୍ତି । ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ନିଜ ପୂର୍ବଜଙ୍କ ଆତ୍ମା ଶାନ୍ତି ନିମନ୍ତେ ପିତୃପକ୍ଷରେ ଗୟା ଶ୍ରାଦ୍ଧ କରି ପିଣ୍ଡ ତର୍ପଣ କରନ୍ତି ।

ଚଳିତ ବର୍ଷ ସେପ୍ଟେମ୍ବରରେ ପିତୃପକ୍ଷ ପଡ଼ିଛି । ଏହି ମେଳାରେ ୧୦ ଲକ୍ଷ ଲୋକଙ୍କ ସମାଙ୍ଗମ ହୁଏ । ତେଣୁ ବହାର ସରକାରଙ୍କ ରାଜସ୍ଵ ଓ ବୂମି ସୁଧାର ବିଭାଗ ଏହାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, କରୋନା କାରଣରୁ ପିତୃପକ୍ଷ ମେଳାରେ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ କଟକଣା ପାଳନ କରିବା କଠିନ ତେଣୁ ସରକାର ଚଳିତ ବର୍ଷ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ପରେ ଗୟାର ପଣ୍ଡା ସମାଜ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପିଣ୍ଡାଦାତାମାନେ ବର୍ଷସାରା ଏହି ଦିନକୁ ଅପେକ୍ଷା କରନ୍ତି । ଫଳରେ ଏଠାରେ ଥିବା ବ୍ୟବସାୟୀଙ୍କର ଭଲ ବ୍ୟବସାୟ ହୋଇଥାଏ ଓ ସ୍ଥାନୀୟ ଲୋକମାନଙ୍କୁ ରୋଜଗାର ମିଳେ। ତେବେ ଚଳିତ ବର୍ଷ ମେଳା ଅନୁଷ୍ଠିତ ନହେଲେ ହଜାର ହଜାର ଲୋକଙ୍କ ରୋଜଗାର ଉପରେ ଏହା ପ୍ରଭାବ ପକାଇବ ।

Show More
Back to top button