ଦେଶ

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୩ ମୃତ

ସତ୍ୟଶିଖା( ଉତ୍ତରକାଶୀ) ୧୯.୦୭.୨୦୨୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷା ଯୋଗୁଁ ଏଠାକାର ମଣ୍ଡୋ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୪ ଜଣ ନିଖୋଜ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ରିପୋର୍ଟ ମୁତାବକ, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେମାନେ ହେଉଛନ୍ତି ମାଧୁରୀ(୪୮) ଓ ଋତୁ(୩୮)। ଏମାନଙ୍କ ଛଡ଼ା ଏକ ୬ ବର୍ଷୀୟା ଶିଶୁର ମଧ୍ୟ ମୃତ୍ୟୁ ଘଟିଛି।

ଏସ୍‌ଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏସଡିଆରଏଫ ଦାୟିତ୍ୱରେ ଥିବା ଜଗଦମ୍ବା ପ୍ରସାଦ କହିଛନ୍ତି ଯେ ମାଣ୍ଡୋରେ ବାଦଳ ଫାଟି ବିସ୍ଫୋରଣ ହେବାରୁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଚାରି ଜଣ ଲୋକ ମଧ୍ୟ ନିଖୋଜ ହୋଇଯାଇଛନ୍ତି।

Show More
Back to top button