ଉପରମୁଣ୍ଡରେ ଲଗାଣ ବର୍ଷା, ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଦେଇ ଜଳ ନିଷ୍କାସନ l


ସତ୍ୟଶିଖା ( ସମ୍ୱଲପୁର ) ୨୮ .୦୮.୨୦୨୦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର 20ଟି ଗେଟ୍ ଦେଇ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ଥର । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୩.୧୦ ଫୁଟ ଛୁହିଁଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫,୯୫,୬୭୪ କ୍ୱିସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୩,୦୮,୪୬୪ କ୍ୱିସେକ ବନ୍ୟାଜଳ ନିଷ୍କାସିତ ହେଉଛି । ପୂର୍ବରୁ ୧୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଆଉ ୨ଟି ଗେଟ ଖୋଲା ହେଲା । ସର୍ବମୋଟ ୨୦ଟି ସ୍ୱିସଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ବାମ ପର୍ଶ୍ୱରୁ ୧୪ ଓ ଡାହାଣ ପର୍ଶ୍ୱରୁ ୬ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଉପରମୁଣ୍ଡରୁ ଅଧିକ ବନ୍ୟା ଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିବାରୁ ଓ ଜଳଭଣ୍ଡାରର ଜଳସ୍ଥର ବିପଦ ସଙ୍କେତ ତଳେ ରହିଥିବାରୁ ଜଳଭଣ୍ଡାର କତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି ।ତେବେ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ବନ୍ୟାଜଳ ପ୍ରବେଶ କରୁଛି । ତାହାର ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଆହୁରି ସ୍ୱିସଗେଟ ଖୋଲାଯିବ ନା ବନ୍ଦ ହେବ ତାହା ଜଣାପଡିବ । ତଳ ମୁଣ୍ଡରେ ବନ୍ୟା ହେବା ସହିତ ଜନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।