ନ୍ୟୁଜ୍ରାଜ୍ୟ

ମାଲକାନଗିରିରେ ବର୍ଷା ବିତ୍ପାତ, ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ

ସତ୍ୟଶିଖା( ମାଲକାନଗିରି )୧୨ .୦୭ . ୨୦୨୨:   ମାଲକାନଗିରି ଜିଲ୍ଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମୋଟୁ ସୀମାନ୍ତରେ ଥିବା ସାବାରୁ ଓ ସିଲରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଯାହଫଳରେ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା କାଲୁର ବ୍ରିଜ ନିକଟରେ ଥିବା ରାସ୍ତା ଗୁଡ଼ିକ ବୁଡ଼ିକି ରହିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ରାସ୍ତା ଉପରେ ପାଣି ଚାଲୁଥିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଗୁଡିକ ଅଟକି ରହିଛି।

Show More
Back to top button