ରାଜ୍ୟ

କରୋନା କବଳରେ କନଷ୍ଟେବଲ ସମେତ ୮ କଏଦୀ

କଟକ(ସତ୍ୟଶିଖା): କଟକରେ କମିଶନରେଟ୍ ପୁଲିସ୍ ର ଜଣେ‌ କନଷ୍ଟେବଲ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । କଟକ ମଙ୍ଗଳାବାଗ ଫାଣ୍ଡିର ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି । କନଷ୍ଟେବଳଜଣକ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ୫୮ ଜଣ ପୁଲିସ୍‌ କର୍ମଚାରୀଙ୍କର ସ୍ୱାବ୍ ଟେଷ୍ଟ କରାଯିବ । ଏ ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଅପରପକ୍ଷେ  ଚୌଦ୍ୱାର ଜେଲ୍‌ରୁ ୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ କଏଦୀ ଏବଂ ୩ ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଚୌଦ୍ୱାର ଜେଲ୍ ଅଧିକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ସେହିଭଳି SCBରୁ ମଧ୍ୟ ଆଉ ୫ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button