ଦେଶ
ବାତ୍ୟା ପ୍ରଭାବରେ କେରଳରେ ପ୍ରବଳ ବର୍ଷା


ସତ୍ୟଶିଖା(ନୂଆଦିଲ୍ଲୀ) ୧୫ .୦୫.୨୦୨୧: ଆରବ ସାଗରରେ ସୃଷ୍ଟ ଲଘୁଚାପ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ଶନିବାର ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇଛି। କ୍ରମଶଃ ଏହା ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ପରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ। ବାତ୍ୟାର ନାମ ରଖାଯାଇଛି ‘ତୌକାତେ’। ବାତ୍ୟା ସ୍ଥଳଭାଗ ଛୁଇଁଲେ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି। ଘଣ୍ଟାପ୍ରତି ୧୫୦ରୁ ୧୭୫ କିଲୋମିଟର ବେଗରେ ପବନ ବହିବାର ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ କେରଳରେ ଶନିବାର ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ପ୍ରାୟ ୨୦ ସେଣ୍ଟିମିଟର ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି।