

ସତ୍ୟଶିଖା(ସମ୍ବଲପୁର) ୨୧.୦୪.୨୦୨୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରଖି ଆଜିଠାରୁ ୫ ଦିନ ବନ୍ଦ। ବିଶ୍ଵବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲ ଏହି ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଉଥିବା ନୋଟିସରେ ଉଲ୍ଲେଖ କରାଯାଇଛି। ତେଣୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି କୁହାଯାଇଛି।