ନ୍ୟୁଜ୍ରାଜ୍ୟ

ଜୋର ଧରିଲା ପଞ୍ଚାୟତ ନିର୍ବାଚନ ବନ୍ଦ ଦାବି, ହାଇକୋର୍ଟରେ ମାମଲା ଦାୟର

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୧.୨୦୨୨ :  ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ଓ ଆଶା କରାଯାଉଥିଲା ଦିନେ କି ଦୁଇ ଦିନ ମଧ୍ୟରେ ରାଜ୍ୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ମାତ୍ର ବୈଠକରେ ବିରୋଧୀ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି ରଖିଛନ୍ତି ।

୩ ମାସ ପର୍ଯ୍ୟନ୍ତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ସବୁ ବିରୋଧୀ ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଏପେଟ ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ମାମଲା ଦାୟର କରାଯାଇଛି ।

ରାଜ୍ୟରେ କରୋନା ମାମଲାର ହଠାତ୍ ବୃଦ୍ଧିକୁ ଦୃଷ୍ଟିରେ ରଖ ନିର୍ବାଚନ ବନ୍ଦ କରିବାକୁ ପରିଷଦ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି ।

Show More
Back to top button