ଅପରାଧଜୀବନମନ୍ତ୍ରନ୍ୟୁଜ୍ସ୍ୱାସ୍ଥ୍ୟ
ରାଜଧାନୀରେ ଭୁବନେଶ୍ୱରରେ ହୃଦୟବିଦାରକ ଘଟଣା l


ସତ୍ୟଶିଖା ୧୭ .୦୯.୨୦୨୦ : ମାକୁ ପିଟି ପଟି ହତ୍ୟା କଲେ ଦୁଇ ପୁଅ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପ୍ରଧାନସାହି ଅଂଚଳରେ ଏଭଳି ହତ୍ୟାକାଣ୍ଡ ହୋଇଛି । ମା’କୁ ଦୁଇପୁଅ ଶାବଳରେ ମାରି ହତ୍ୟା କରିଥିବା ସୂଚନା ରହିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଉଭୟଙ୍କ ବୟସ ଯଥାକ୍ରମେ ୧୫ ଓ ୧୨ ବର୍ଷ ବୋଲି ଜଣାପଡିଛି । ପାରିବାରିକ କଳହରୁ ଏପରି ହତ୍ୟକାଣ୍ଡ ହୋଇଥିବା ସୂଚନା ମିଳିଛି ।