ଅପରାଧରାଜ୍ୟ

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ସତ୍ୟଶିଖା (ବରଗଡ) ୧୬/୧୨/୨୦୨୦ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଗତକାଲି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଶିକ୍ଷକ ଧରାପଡିଥିବା ବେଳେ ଆଜି ବରଗଡ ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଘରେ ଚଢାଉ ହୋଇଛି । ପ୍ରମୋଦଙ୍କ ବରଗଡ ଜିଲ୍ଲାରେ ବରପାଲି ଓ ସୋନପୁର ଜିଲ୍ଲାର ଡୁଙ୍ଗୁରପାଲୀ ବାସଭବନରେ ରେଡ ଚାଲିଛି ।ଏହା ଛଡା ଡୁଙ୍ଗୁରପାଲି, ଆଗଲପୁର,ବରପାଲି,ତେଲିପାଲି, ଓ ଗଣ୍ଠିପାଲି ହାଇସ୍କୁଲରେ ବି ଭିଜିଲାନ୍ସ ଚଢାଉ କରିଛି । ତେବେ ଏଯାଏ କେତେ ସଂପତି ଥିବା ଆକଳନ କରାଯାଇନାହିଁ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି । ତେବେ ଏତେ ପରିମାଣର ଟଙ୍କା କେମିତି ଉପାର୍ଜନ କଲେ ସେ ନେଇ ଚାଲିଛି ତନାଘନା ।

Show More
Back to top button