ମୁହଁ ଖୋଲିଲେ ରହସ୍ୟମୟୀ, କହିଲେ- ‘ମୁଁ ନୁହେଁ ସାଇକୋ ଲେଡି, ଅଦାଲତକୁ ଯିବି’, କିନ୍ତୁ ଆଦିତ୍ୟଙ୍କ ସହ ପ୍ରେମ ଥିବା ମାନିଲେ l


ସତ୍ୟଶିଖା ୪.୦୯.୨୦୨୦ : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ରହସ୍ୟମୟୀ ମହିଳା ଚିନ୍ମୟୀ ମହାପାତ୍ର । ଏହାସହ ସେ ନିଜକୁ ନିର୍ଦୋଷ ବୋଲି କହିବା ସହ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି ।
ଚିନ୍ମୟୀ କହିଛନ୍ତି ଯେ, ଆଦିତ୍ୟଙ୍କ ସହ ତାଙ୍କର ସାଧାରଣ ପ୍ରେମ ସମ୍ପର୍କ ଥିଲା । କୌଣସି ଏକ ତରଫା ପ୍ରେମ ସମ୍ପର୍କ ନଥିଲା । ସାଇକୋ ଲେଡି ପୁରା ମିଛ । ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଆଦିତ୍ୟଙ୍କ ବିବାହ ପରଠୁ ତାଙ୍କ ସହ କୌଣସି ସମ୍ପର୍କ ନଥିଲା । ଉଭୟଙ୍କ ମଧ୍ୟରେ ଫେସବୁକରୁ ସମ୍ପର୍କ ଥିଲା । ଆଦିତ୍ୟଙ୍କ ସହ ସୁସମ୍ପର୍କ ଥିଲା । ଏପରିକି ସେ ଆଦିତ୍ୟଙ୍କ ଆଶ୍ରମକୁ ମଧ୍ୟ ବୁଲି ଯାଇଥିବା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସେ ମଧ୍ୟ ଚାହାଁନ୍ତି ଯେ ଆଦିତ୍ୟଙ୍କୁ ନ୍ୟାୟ ମିଳୁ । ଦୋଷୀ ସାମ୍ନାକୁ ଆସୁ । ଏପରିକି ବିସ୍ମିତ ଯାହା ଅଭିଯୋଗ ଆଣିଛନ୍ତି ସେ ତାହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ତାଙ୍କ ବିରୋଧରେ ମିଛ ଅପପ୍ରଚାର ହେଉଥିବା ମଧ୍ୟ ସେ କହିଚନ୍ତି ।