

ସତ୍ୟଶିଖା( ଦେବଗଡ଼ )୦୭.୦୩.୨୦୨୨ : ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ଼ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଓ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ। ଗତକାଲି ଆନୁଷ୍ଠାନିକ ଭାବେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଏହାସହ ବିଜେପି ପକ୍ଷରୁ ମାଧବୀ କୁମାରୀ ଦେବୀଙ୍କୁ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇଛି।
ମାଧବୀ କୁମାର ଦେବୀ କହିଛନ୍ତି, ମୋଦିଜୀଙ୍କ ସୁଶାସନ ଏବଂ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି। ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବି। ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦେଇଥିବାରୁ ମୋଦିଜୀ ଓ ବିଜେପି ଦଳକୁ ଧନ୍ୟବାଦ ଜଣାଉଛି।