ସତ୍ୟଶିଖା (ହାଥରସ) ୦୧/୧୦/୨୦୨୦ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହେଇ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବ । ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାର ପାଇଁ ଏକ ବଡ ଘୋଷଣା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ସହ ପରିବାରର ଜଣେ ସଦସ୍ୟଙ୍କୁ କନିଷ୍ଠ ସହାୟକ ପଦବୀରେ ଚାକିରୀ ଦେବାକୁ ଘୋଷଣା କରିଛନ୍ତି । ଏହାସହ ସୁଡା ଯୋଜନା ଅନ୍ତର୍ଗତ ହାଥରସ ସହରରେ ପୀଡିତାଙ୍କୁ ପରିବାରକୁ ଏକ ଘର ଆବଣ୍ଟନ କରାଯିବ । ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ଅନୁମତି ଦେବା ସହ ମାମଲାର ତଦନ୍ତ ପାଇଁ ଏସଆଇଟିର ୩ ସଦସ୍ୟ କମିଟି ଗଠନ କରିଛନ୍ତି ।
ହାଥରସ ମାମଲା: ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଓ ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଘୋଷଣା କଲେ ଯୋଗୀ l
