ସତ୍ୟଶିଖା (ଲକ୍ଷ୍ମୌ) ୦୧/୧୦/୨୦୨୦ : ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇ ରଖି ଦେଇଛି । ଯେଉଁଭଳି ଭାବେ ଯୁବତୀଙ୍କ ମୃତ୍ୟୁ ପରେ ପୋଲିସ୍ ତାଙ୍କର ଅନ୍ତିମ ସଂସ୍କାର କରିଛି ତାକୁ ନେଇ ଏବେ ନାନାଦି ପ୍ରଶ୍ନ ଉଠିଛି । ତେବେ ହାଥରସରେ ଯେଉଁ ଯୁବତୀଙ୍କ ସହ ଏଭଳି ଏକ ଅଘଟଣ ହୋଇଛି ସେ ଥିଲେ ଜଣେ ଦଳିତ ପରିବାରର । ତାଙ୍କ ବାପା ଦଳିତ ହୋଇଥିବାରୁ ଏବେ ତାଙ୍କୁ ସମାଜର ତିରସ୍କାରକୁ ସାମ୍ନା କରିବାକୁ ପଡୁଛି । ଯାହାର ଯନ୍ତ୍ରଣାକୁ ସେ ବୟାନ ମଧ୍ୟ କରିପାରୁ ନାହାନ୍ତି । ପୀଡ଼ିତାଙ୍କ ବାପା ଏବେ କହିଛନ୍ତି ଯେତେବେଳେ ବି କୌଣସି ଦୋକାନ ଯାଆନ୍ତି ତାଙ୍କୁ ଦୂରରେ ଠିଆ ହେବା ପାଇଁ କୁହାଯାଏ । କେବଳ ଏତିକି ନୁହେଁ ଉଚ୍ଚ ଜାତି ଲୋକେ ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରନ୍ତି । ଏହା ବାଦ୍ ପୀଡ଼ିତାଙ୍କ ଭାଉଜ କହିଛନ୍ତି ‘ଆମେ ଦଳିତ, ଏହା ହିଁ ଆମର ଅପରାଧ ।’
ହାଥରସ ମାମଲା: ପୀଡ଼ିତାଙ୍କ ପରିବାର କହିଲେ, ଆମେ ଦଳିତ, ଏହା ହିଁ ଆମର ଅପରାଧ l
