ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ନୂଆବର୍ଷରେ ଖୁସି ଖବର: ଖାତାକୁ ଆସିବ ଇପିଏଫ୍‌ ସୁଧ

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : କରୋନା ମହାମାରୀ ବ୍ୟାପିବା ୨୦୨୦ର ସବୁଠୁ ଖରାପ ଅନୁଭୂତି ଥିଲା, ଯାହା ଏବେ ବି ଜାରି ରହିଛି । ତଥାପି ୨୦୨୧ର ପ୍ରଥମ ଦିନରୁ ଅନେକ ଖୁସି ଖବର ମିଳିବା ଆରମ୍ଭ ହୋଇଛି । ଇପିଏଫ୍‌ ଖାତାରେ ସୁଧ ଜମା ପ୍ରକ୍ରିୟା ଆରମ୍ଭ ହେବା ସହ ଜିଓରୁ ଅନ୍ୟ ନେଟ୍‌ୱର୍କକୁ ମାଗଣା କଲ୍‌ କରିବା ଓ ଉନ୍ନତ ରେଳ ଟିକଟ ବୁକିଂ ଆଦି ସୁବିଧା ଏଭିତରେ ରହିଛି

ଖାତାକୁ ଆସିବ ଇପିଏଫ୍‌ ସୁଧ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ୬ କୋଟି ସଦସ୍ୟଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷର ସୁଧ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ଜାନୁଆରି ପହିଲାରୁ ସଦସ୍ୟମାନଙ୍କ ଖାତାରେ ଏହି ସୁଧ ରାଶି ଜମା ହେବ ବୋଲି ଇପିଏଫ୍‌ଓର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଦସ୍ୟମାନଙ୍କୁ ୮.୫ ପ୍ରତିଶତ ସୁଧ ପ୍ରଦାନ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଛି । ୮.୫ ପ୍ରତିଶତ ଇପିଏଫ ସୁଧ ସଦସ୍ୟମାନଙ୍କ ଖାତାକୁ ସ୍ଥାନାନ୍ତର କରିବା ଲାଗି ଶ୍ରମ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇସାରିଛି । ନିର୍ଦ୍ଦେଶ ମୁତାବକ ସେହି ସୁଧ ସଦସ୍ୟମାନଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇଯାଇଛି । ଅର୍ଥ ମନ୍ତ୍ରାଳୟର ସମ୍ମତି ହାସଲ କରିବା ପରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆଜି ଇପିଏଫଓ ସଦସ୍ୟମାନଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ପ୍ରଦାନକୁ ମଞ୍ଜୁରି ଦେଇଥିଲେ ।ଏହାପରେ ହିତାଧିକାରୀଙ୍କ ଖାତାରେ ଉକ୍ତ ସୁଧ ରାଶି ଜମା କରିବା ଲାଗି ଇପିଏଫଓକୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ପୂର୍ବରୁ ୨୦୨୦ ମାର୍ଚ୍ଚରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ହିତାଧିକାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା । ସେପ୍ଟେମ୍ବରରେ ଉକ୍ତ ସୁଧକୁ ଦୁଇଟି କିସ୍ତିରେ ଦେବାକୁ ସ୍ଥିର ହୋଇଥିଲା । କିନ୍ତୁ ଶେଷରେ ଗୋଟିଏ କିସ୍ତିରେ ଏହି ସୁଧ ହିତାଧିକାରୀଙ୍କୁ ମିଳିବା ଆରମ୍ଭ ହୋଇଛି ।

Show More
Back to top button