ଏମିତି ସ୍ବପ୍ନ ଦେଖିଲେ ଖୋଲିଯାଏ ସୁଖ- ସୌଭାଗ୍ୟ…

ସତ୍ୟଶିଖା : ସ୍ବପ୍ନ ତ ସମସ୍ତେ ଦେଖନ୍ତି କିଛି ସ୍ବପ୍ନ ଭଲ ହୋଇଥାଏ,ତ କିଛି ଖରାପ। କିନ୍ତୁ ସବୁ ସ୍ବପ୍ନର ଏକ ଭିନ୍ନ ଅର୍ଥ ହୋଇଥାଏ ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କେଉଁ ସ୍ବପ୍ନ ଯାହା ଦ୍ବାରା ଧନ ପ୍ରାପ୍ତି ଏବଂ କ୍ୟାରିୟର ଉନ୍ନତ ହେବାର ସଙ୍କେତ ଦେଖା ଦେଇଥାଏ।

ଯଦି ଆପଣ ସ୍ବପ୍ନରେ ନ୍ୟାୟର ଦେବତା ଶନିଙ୍କୁ ହାତୀ ଉପରେ ଚଢ଼ୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବ। ଏହା ଆପଣଙ୍କ ଭାଗ୍ୟ ଚମକାଇବାର ସଙ୍କେତ ହେବ। ବେପାରରେ ଅପାର ବୃଦ୍ଧି ହେବ। ଯେଉଁ ବ୍ୟକ୍ତିଙ୍କ ଶନିଙ୍କ ସାଢ଼େସାତୀ ଚାଲୁଥିବ ଯଦି ତାଙ୍କ ସ୍ବପ୍ନରେ ଶନି ଦେଖା ଯାଉଛନ୍ତି ତେବେ ବୁଝି ଯାନ୍ତୁ ତାଙ୍କ କଷ୍ଟ ଦୂର ହେବ।

ଯଦି ଆପଣ ସ୍ବପ୍ନରେ ନିଜକୁ ଉଚ୍ଚରେ ଚଢ଼ୁଥିବାର ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣ ଖୁବ୍ ଶୀଘ୍ର ନିଜ କ୍ୟାରିୟରରେ ଉଚ୍ଚକୁ ଉଠିବେ। ଆପଣଙ୍କ କ୍ୟାରିୟରରେ ଗ୍ରୋଥ ହେବ। ଏହି ସ୍ବପ୍ନ ବ୍ୟବସାୟରେ ପ୍ରତିଷ୍ଠାର ମାର୍ଗ ଦେଖାଇବ। ଆର୍ଥିକ ସମସ୍ୟା ଦୂର ହେବ ଅଥବା ଆପଣ ଭୂମି କିମ୍ବା ଯାଗା କିଣି ପାରିବେ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ବପ୍ନରେ ଆମ୍ବ ଖାଉଥିବା ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ସନ୍ତାନ କିମ୍ବା କୌଣସି ଶୁଭ ସୂଚନା ପ୍ରାପ୍ତ ହେବ। ଏହା ଧନ ପ୍ରାପ୍ତିର ମଧ୍ୟ ସଙ୍କେତ।

ଯଦି ଆପଣ ସ୍ବପ୍ନରେ ଧଳା ସାପ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ। ଖୁବ୍ ଶୀଘ୍ର ଆପଣଙ୍କୁ ସଫଳତା ମିଳିବ। ଧନ ପ୍ରାପ୍ତିର ସଙ୍କେତ ମଧ୍ୟ ହୋଇପାରେ। କରଜରୁ ମୁକ୍ତି ମିଳିବ।

 

Exit mobile version