ଧର୍ମ
ହନୁମାନ ଚାଳିଶା ପାଠର ଅବ୍ୟର୍ଥ ଶକ୍ତି, ରହିଛି ଅନେକ ବିପଦର ନିରାକରଣ, ପ୍ରତିଦିନ ପଢ଼ିଲେ ଯାହା ମିଳେ ତାହା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ l


ସତ୍ୟଶିଖା ୩୧.୦୮.୨୦୨ ୦ : ହନୁମାନ ଚାଳିଶା ହନୁମାନଙ୍କ କୃପା ପାଇବାର ସବୁଠୁ ସରଳ ଏବଂ ଶ୍ରେଷ୍ଠ ମାଧ୍ୟମ । ହନୁମାନ ଚାଳିଶାର ପ୍ରୟୋଗ ଆମ ଜୀବନରେ ଏକ ସଠିକ୍ ଉପାୟ ଭାବେ କାମ କରିଥାଏ । ହନୁମାନ ଚାଳିଶାର ଏହି ଛୋଟ ଛୋଟ ଉପାୟ ବ୍ୟକ୍ତିଙ୍କ ଜୀବନରେ ଅନେକ ସଙ୍କଟରୁ ମୁକ୍ତି ଦେଇଥାଏ ।
- ଯଦି ଆପଣଙ୍କ ମନରେ ଭୟ କିମ୍ବା ସବୁବେଳେ ଡରର ସ୍ଥିତି ରହିଥାଏ ତେବେ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ନିର୍ଭୟତା ପ୍ରାପ୍ତି ହେବ।
- ଘରୁ ବାହାରକୁ ଯିବା ସମୟରେ,ଖାସ୍ କରି ଗାଡ଼ି ଚଲାଇବାବେଳେ ନିଜ ସହ ଏକ ଛୋଟ ହନୁମାନ ଚାଳିଶା ସବୁବେଳେ ସାଥିରେ ରଖନ୍ତୁ । ଦୁର୍ଘଟଣାରୁ ବର୍ତ୍ତିବେ ।
- ଯଦି ଛୋଟ ପିଲା ରାତିରେ ଶୋଇବାବେଳେ ହଠାତ୍ ଡରୁଛନ୍ତି ତେବେ ତାଙ୍କ ମୁଣ୍ଡ ପାଖରେ ଏକ ହନୁମାନ ଚାଳିଶା ରଖନ୍ତୁ । ଏହି ସମସ୍ୟାର ମୁକ୍ତି ମିଳିବ ।
- ଯଦି ଶନିଙ୍କ ସାଢ଼େସାତୀ କାରଣରୁ ଜୀବନରେ ସଂଘର୍ଷ ବଢ଼ୁଛି ତେବେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଦ୍ୱାରା ସ୍ଥିତି ଅନୁକୂଳ ହେବ ।
- ଇଣ୍ଟରଭ୍ୟୁରେ ଯିବା ପୂର୍ବରୁ ହନୁମାନ ଚାଳିଶା ପାଠ କରନ୍ତୁ । ଆପଣ ଡରିବେ ନାହିଁ ।
- ଯଦି ଜାତକରେ ମଙ୍ଗଳ ଦଶା ଚାଲୁଛି ତେବେ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ଭଲ ପରିଣାମ ଆସିବ ।
- କରଜର ସମସ୍ୟା ଅଧିକ ହେଲେ ସକାଳ-ସନ୍ଧ୍ୟାରେ ୩-୩ଥର ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଲାଭ ମିଳିବ ।
- ଯଦି ଆପଣଙ୍କ କୌଣସି ଜମି କିମ୍ବା ପ୍ରପର୍ଟି ବିକ୍ରି ହେଉନାହିଁ ତେବେ ଘରେ ମାରୁତି ଯନ୍ତ୍ର ସ୍ଥାପିତ କରି ଏହା ସମ୍ମୁଖରେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଭଲ ପରିଣାମ ମିଳିବ ।
- ଯଦି ଅକାରଣରେ ଆପଣଙ୍କ ଜେଲ୍ ଯିବାର ପରିସ୍ଥିତି ଉପୁଜୁଛି ତେବେ ହନୁମାନ ଚାଳିଶା ପାଠର ଏକ ଅନୁଷ୍ଠାନ କରନ୍ତୁ,ଚମତ୍କାର ପରିଣାମ ମିଳିବ ।