ଉତ୍ତର ଦିଗରେ ଟାଙ୍ଗି ରଖନ୍ତୁ ଚାବି


ସତ୍ୟଶିଖା(ଭୁବନେଶ୍ୱର) ୦୭.୦୪.୨୦୨୧:
ବାସ୍ତୁ ଅନୁସାରେ ଏହି ଚାବିକୁ ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି। ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର୍ ଖର୍ଚ୍ଚ ହୋଇନଥାଏ। ଭୁଲ ଦିଗରେ ଚାବି ରଖିଲେ, ଟଙ୍କା ମାମଲାରେ ଆପଣ ପଛରେ ପଡ଼ି ପାରନ୍ତି। ଆଜି ଆମେ ଆପଣଙ୍କୁ ଘରର ଚାବି ରଖିବାର ସଠିକ୍ ସ୍ଥାନ ବିଷୟରେ କହିବୁ ଯାହାକୁ ଅନୁସରଣ କଲେ ଘର ପାଇଁ ଶୁଭ ହୋଇଥାଏ।
ପ୍ରାଚୀନ କାଳରେ ମହିଳାମାନେ ଚାବିକାଠିକୁ ଅଣ୍ଟାରେ ରଖୁଥିଲେ। ଏହାକୁ ଶୁଭ ବୋଲି ଧରାଯାଏ। କିନ୍ତୁ ଚାବି ତକିଆ ତଳେ ରଖିବା ଅଶୁଭ ବୋଲି କୁହାଯାଏ। ଆପଣ ଯେତେ ଧନ କମାନ୍ତୁ ପଛେ ଚାବିକୁ ଯଦି ତକିଆ ତଳେ ରଖିବେ, ଟଙ୍କାକୁ କେବେ ସ୍ଥିର କରି ରଖି ପାରିବେ ନାହିଁ। ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯିବ।
ସେହିପରି ଚାବିକାଠିକୁ ଡ୍ରଇଂ ରୁମ୍ କିମ୍ୱା ବାଥରୁମ୍ କାନ୍ଥରେ ଟାଙ୍ଗି କରି ରଖିବା ଉଚିତ୍ ନୁହେଁ। ଏହାକୁ ଟାଙ୍ଗିବାର ଠିକ୍ ଦିଗ ହେଲା ଉତ୍ତର ଦିଗ। ଏହି ଦିଗରେ ଚାବିକାଠି ରଖିଲେ, ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଘରେ କେବେ ଧନର ଅଭାବ ହୋଇନଥାଏ।