ସତ୍ୟଶିଖା (ଭୁବନେଶ୍ୱର ) ୦୩.୧୨.୨୦୨୨ : ଶୀତରେ ଥରୁଛି ଅଧା ଓଡିଶା। ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ। ଥରୁଛି କନ୍ଧମାଳ, କୋରାପୁଟ। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ତାପମାତ୍ରା ସାମାନ୍ୟ ବୃଦ୍ଧି। ଆସନ୍ତା 4 ତାରିଖରୁ କମିପାରେ ସାମାନ୍ୟ ଶୀତ.। ଚଳିତ ବର୍ଷ ବିଳମ୍ବରେ ଆସଥିଲେ ମଧ୍ୟ ଗଲା ସପ୍ତାହେ ହେବ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା ।
ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ରହିଥିଲା। ହିଲ୍ ଷ୍ଟେସନ ଭାବେ ଜି ଉଦୟଗିରିରେ ସର୍ବନିମ୍ନ ୧୦.୪ ଡିଗ୍ରି ରହିଥିଲା। ରାଜ୍ୟରେ କମିଛି ଶୀତ। ଯେଉଁଭଳି ଭାବରେ ଶୀତର ପ୍ରକୋପ ଦେଖିବାକୁ ମିଳିଥିଲା ତାହା ଏବେ କମିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ ଦେଇଛି ।