ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୦୧/୨୦୨୧ : ଇଣ୍ଟରନେଟ୍ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗଲ୍ ନିଜ ସର୍ଚ୍ଚ ଇଂଜିନ ଗୁଗଲ୍ କ୍ରୋମକୁ ଲଗାତାର ଅପଡେଟ କରୁଥାଏ । ବର୍ତ୍ତମାନ ଗୁଗଲ୍ ଲେଟେଷ୍ଟ କ୍ରୋମ୍ ୮୮ ଭର୍ସନରେ ଅନେକ ଫିଚର୍ସ ଲଞ୍ଚ୍ କରିଛି ଯାହା ୟୁଜର୍ସଙ୍କ ସେଫଟି ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ । ଏହି ଫିଚର୍ ୟୁଜର୍ସଙ୍କ ଦୁର୍ବଳ ପାସୱାର୍ଡ଼ରେ ମଧ୍ୟ ଆଲର୍ଟ ପଠାଇବ । ଗୁଗଲ୍ ଏହି ଫିଚର୍ ରୋଲଆଉଟ୍ କରିବା ଆରମ୍ଭ କରିଛି ।
ଗୁଗଲ୍ କହିଛି କ୍ରୋମ୍ ୮୮ ଭର୍ସନର ନୂଆ ପ୍ରାଇଭେସି ଫିଚର୍ ଆସିବା ପରେ ୟୁଜର୍ସଙ୍କୁ ମଜବୁତ ପାସୱାର୍ଡ଼ କ୍ରିଏଟ୍ କରିବାକୁ ଅନେକ ବିକଳ୍ପ ମିଳିବ । ୟୁଜର୍ସ କ୍ରୋମ୍ ସେଟିଙ୍ଗକୁ ଯାଇ ସରଳ ପାସୱାର୍ଡ଼ ଯାଞ୍ଚ କରି ତାକୁ ସହଜରେ ଫିକ୍ସ କରିପାରିବେ । ଗୁଗଲ୍ କ୍ରୋମ୍ ୟୁଜର୍ସଙ୍କୁ ଏକ ସର୍ଟକର୍ଟ ଉପଲବ୍ଧ କରାଯିବ ଯାହା ସରଳ ପାସୱାର୍ଡ଼କୁ ଆଇଡେଣ୍ଟିଫାଏ କରିବ । ଏହି ପାସୱାର୍ଡ଼ରେ କ୍ଲିକ କରି ସରଳ ପାସୱାର୍ଡ଼କୁ ତତ୍କାଳ ଏଡିଟ୍ କରାଯାଇପାରିବ । ପାସୱାର୍ଡ଼ ବଦଳାଇବାକୁ ନିଜ ପ୍ରୋଫାଇଲ୍ ତଳେ ଦିଆଯାଇଥିବା ଏଡିଟ ଅପ୍ସନରେ କ୍ଲିକ୍ କରିବାକୁ ହେବ । ୟୁଜର୍ସ ମ୍ୟୁଚୁଆଲି ନିଜ ପାସୱାର୍ଡ଼ ସେଟ୍ କରିପାରିବେ । ଗୁଗଲ୍ ତରଫରୁ ୟୁଜର୍ସଙ୍କ ସୁବିଧା ପାଇଁ କିଛି ପରାମର୍ଶ ଦିଆଯାଇଛି ଯାହାଦ୍ୱାରା ୟୁଜର୍ସଙ୍କୁ ପାସୱାର୍ଡ଼ ଓ ୟୁଜର୍ ନେମ୍ ସେଟ୍ କରିବାକୁ ସହଜ ହେବ ।
ଗୁଗଲ୍ କହିଛି କ୍ରୋମ୍ ୮୮ ଭର୍ସନର ନୂଆ ପ୍ରାଇଭେସି ଫିଚର୍ ଆସିବା ପରେ ୟୁଜର୍ସଙ୍କୁ ମଜବୁତ ପାସୱାର୍ଡ଼ କ୍ରିଏଟ୍ କରିବାକୁ ଅନେକ ବିକଳ୍ପ ମିଳିବ । ୟୁଜର୍ସ କ୍ରୋମ୍ ସେଟିଙ୍ଗକୁ ଯାଇ ଦୁର୍ବଳ ପାସୱାର୍ଡ଼ ଯାଞ୍ଚ କରି ତାକୁ ସହଜରେ ଫିକ୍ସ କରିପାରିବେ । ଗୁଗଲ୍ କ୍ରୋମ୍ ୟୁଜର୍ସଙ୍କୁ ଏକ ସର୍ଟକର୍ଟ ଉପଲବ୍ଧ କରାଯିବ ଯାହା ଦୁର୍ବଳ ପାସୱାର୍ଡ଼କୁ ଆଇଡେଣ୍ଟିଫାଏ କରିବ । ଏହି ପାସୱାର୍ଡ଼ରେ କ୍ଲିକ କରି ଦୁର୍ବଳ ପାସୱାର୍ଡ଼କୁ ତତ୍କାଳ ଏଡିଟ କରାଯାଇପାରିବ । ପାସୱାର୍ଡ଼ ବଦଳାଇବାକୁ ନିଜ ପ୍ରୋଫାଇଲ୍ ତଳେ ଦିଆଯାଇଥିବା ଏଡିଟ ଅପ୍ସନରେ କ୍ଲିକ୍ କରିବାକୁ ହେବ । ୟୁଜର୍ସ ମ୍ୟୁଚୁଆଲି ନିଜ ପାସୱାର୍ଡ଼ ସେଟ୍ କରିପାରିବେ । ଗୁଗଲ୍ ତରଫରୁ ୟୁଜର୍ସଙ୍କ ସୁବିଧା ପାଇଁ କିଛି ପରାମର୍ଶ ଦିଆଯାଇଛି ଯାହାଦ୍ୱାରା ୟୁଜର୍ସଙ୍କୁ ପାସୱାର୍ଡ଼ ଓ ୟୁଜର୍ ନେମ୍ ସେଟ୍ କରିବାକୁ ସହଜ ହେବ ।