ସତ୍ୟଶିଖା( ଭୁବନେଶ୍ୱର )୧୧.୧୦.୨୦୨୨: କାର୍ତ୍ତିକ ବ୍ରତ ଆରମ୍ଭରେ ହବିଷ୍ୟାଳିଙ୍କ ପାଇଁ ପୁରୀରେ ‘ବୃନ୍ଦାବତୀ ନିବାସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବା ସହ ସମସ୍ତ ହବିଷ୍ୟାଳିଙ୍କୁ ଗୋଟିଏ ଲେଖାଏଁ ଶାଲ୍ ଉପହାର ଭାବେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
ଏହି ଅବସରରେ ୩ ଜଣ ହବିଷ୍ୟାଳି ମା’ ଗଞ୍ଜାମ ର ଉର୍ମିଳା ପଟ୍ଟନାୟକ, ମୟୁରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ନିଜର ମତ ରଖିଥିଲେ।