ରାଶିଫଳ

ରବିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ରବିବାର ) ୦୬/୧୨/୨୦୨୦ :

ମେଷ – ରବିବାର ଦୀର୍ଘ ସମୟ ଧରି ପାରିବାରିକ ଅସ୍ଥିରତା ଯୋଗୁ କୌଣସି କାମରେ ମନ ଲାଗିବ ନାହିଁ । କର୍ମକ୍ଷେତ୍ରରେ ପୂର୍ବ ଯୋଜନା ଅନୁଯାୟୀ ପରିସ୍ଥିତିକୁ ସାମ୍ନା କଲେ ଉପକୃତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ବୃଷ – କୌଣସି କ୍ଷେତ୍ରରେ ପ୍ରତିବାଦ କଲେ ଅପଦସ୍ଥ  ହେବେ ଓ ବିଫଳତା ଯୋଗୁ ମନସ୍ତାପ କରିବେ । ଦୂରଯାତ୍ରା ସକାଶେ ବ୍ୟବସାୟିକ କ୍ଷେତ୍ର ପାଇଁ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମିଥୁନ – ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସମାଧାନ କରିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରନ୍ତି । ଦାୟିତ୍ୱ ବଢିବାରୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରନ୍ତି । ଦାୟିତ୍ୱ ବଢିବାରୁ ମାନସିକ ଚାପ ବଢିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କର୍କଟ – କର୍ମକ୍ଷେତ୍ରରେ ସମ୍ମାନ, ସଦିଚ୍ଛା ସହ ଗସ୍ତ କାର୍ଯ୍ୟକ୍ରମ ବଢିପାରେ । ଅନ୍ୟମାନଙ୍କ କଥା ଶୁଣି କୌଣସି କାମ କଲେ ଅସୁବିଧାରେ ପଡିବେ । ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨।

ସିଂହ – ସମ୍ପୂର୍ଣ୍ଣ ଭାବରେ ସମସ୍ୟା ମୁକ୍ତ ନ ହେଲେ ମଧ୍ୟ କେତେକାଂଶରେ ହାଲୁକା ମନେ କରିବେ । କ୍ରୀଡା, ସଂଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮।

କନ୍ୟା – ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ ହେତୁ ବ୍ୟସ୍ତତା ବୃଦ୍ଧି କରିପାରନ୍ତି । ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥ ଲାଭ କେିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ତୁଳା – କୌଣସି ପୁରୁଣା କଥାକୁ ମନେପକାଇ ଭାବବିହ୍ୱଳ ହୋଇପାରନ୍ତି । ଅଭାବ ନ ଥିଲେ ମଧ୍ୟ ପରିସ୍ଥିତିବଶତଃ କୌଣସି ଜିନିଷ ସହଜଲଭ୍ୟ ନ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ରଙ୍ଗ ୯ ।

ବିଛା – କଥା ଓ କାମର ତାଳମେଳ ନ ରହିବା ଆପଣଙ୍କ ସକାଶେ ଦୁଶ୍ଚିନ୍ତାର ମାତ୍ରାକୁ ବଢାଇ ଦେବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ଧନୁ – ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ଦୋଷତ୍ରୁଟି ଖୋଜି ବୁଲିଲେ କାର୍ଯ୍ୟହାନୀ ସଙ୍ଗକୁ ଶତ୍ରୁତା ବଢିଯିବ । କୌଣସି ଜିନିଷ ଅଭାବକୁ କେନ୍ଦ୍ର କରି ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ମକର – କୌଣସି କାମରେ ବାରମ୍ବାର ପ୍ରତିବନ୍ଧକ ଘଟିବା କାରଣରୁ ଦୁଃଖିତ ହୋଇପାରନ୍ତି । ଆଜିର ଯାତ୍ରା, ବାଣିଜ୍ୟ,ହାତକୁ ନେଇଥିବା କାମ, କଚେରି ମାମଲାରେ ସଫଳତା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ  – ଆଜି ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ଅନ୍ୟମାନେ ପରୋକ୍ଷ ଭାବରେ ତାହା କରାଇ ନ ଦେବାକୁ ଚେଷ୍ଟା କରିପାରନ୍ତି । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମୀନ – ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ କରି ନ ପାରିବା କାରଣରୁ ମାନସିକ ସ୍ତରରେ ଗ୍ଳାନି ଅନୁଭବ କରିପାରନ୍ତି । କୌଣସି ଗୋଟିଏ ସମସ୍ୟା ସମାଧାନ କରିବା ବେଳକୁ ଅନ୍ୟ ଏକ ସମସ୍ୟା ଆସିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

 

Show More
Back to top button