ଓସ୍କାର ପୁରସ୍କାର ଦୌଡ଼ରେ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’

ସତ୍ୟଶିଖା( ମୁମ୍ବାଇ )୨୧.୦୯ . ୨୦୨୨: ବଲିଉଡ ଓ ଟଲିଉଡର ଅନେକ ଫିଲ୍ମକୁ ମାତ ଦେଇ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ ବିଧିବଦ୍ଧ ଭାବେ ଓସ୍କାର ୨୦୨୩ରେ ପ୍ରବେଶ କରିଛି। ଛେଲୋ ଶୋ’ ଏକମାତ୍ର ଭାରତୀୟ ଫିଲ୍ମ ଭାବେ ଓସ୍କାର ପୁରସ୍କାର ଦୌଡ଼ରେ ନିଜକୁ ସାମିଲ କରିବାକୁ ସକ୍ଷମ ହୋଇଛି। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଆଞ୍ଚଳିକ ଭାଷାର ଫିଲ୍ମକୁ ମନୋନୀତ କରାଯାଇଛି।

ଏହି ଗୁଜରାଟୀ ଫିଲ୍ମର ଇଂରାଜୀ ଟାଇଟଲ ହେଉଛି ଲାଷ୍ଟ ଫିଲ୍ମ ଶୋ’। ଆସନ୍ତାବର୍ଷ ମାର୍ଚ୍ଚ ମାସରେ ୯୫ତମ ଏକେଡେମୀ ପୁରସ୍କାର ଉତ୍ସବ (ଓସ୍କାର)ରେ ଏହି ଫିଲ୍ମ ସାମିଲ ହୋଇଛି। ବେଷ୍ଟ ଇଣ୍ଟରନ୍ୟାଶଲ ଫିଚର ଫିଲ୍ମ ବର୍ଗରେ ଛେଲୋ ଶୋ’କୁ ଚୟନ କରାଯାଇଛି।

ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଭଳି ଅନେକ ସୁପର ହିଟ୍‌ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ସମସ୍ତଙ୍କୁ ପାନ ନଳୀନଙ୍କ ନିର୍ଦ୍ଦେଶିତ ଫିଲ୍ମ ଛେଲୋ ଶୋ’ ପଛରେ ପକାଇ ଦେଇଛି।

Exit mobile version