ସତ୍ୟଶିଖା( ନୂଆଦିଲ୍ଲୀ )୩୧.୧୦.୨୦୨୨: ଗୁଜରାଟ ଝୁଲ। ପୋଲ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ସନ୍ଧ୍ୟାରେ ମୋର୍ବିର ମାଚ୍ଛୁ ନଦୀରେ ବହୁ ପୁରୁଣା ଝୁଲା ପୋଲ ଛିଡି ଯିବାରୁ ଏହି ଅଘଟଣ ଘଟିଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।
ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ଅନୁଧ୍ୟାନ ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏଁ ଟଙ୍କା ଦେବେ।
ମୋର୍ବି ମୁନିସିପାଲ କମିଶନର ସନ୍ଦିପ ସିଂ ଝାଲା କହିଛନ୍ତି ଯେ, ଉକ୍ତ ପୋଲ ସର୍ବସାଧାରଣଙ୍କ ପାଇଁ ଗତ ୨୬ ତାରିଖ ଖୋଲା ଯାଇଥିଲା। କିନ୍ତୁ କୌଣସି ସରକାରୀ ଅନୁମତି ନିଆଯାଇନଥିଲା। ଫଳରେ ଏଭଳି ଅଘଟଣା ଘଟିଥିଲା ବୋଲି ସେ କହିଛନ୍ତି।
-
ଉତ୍ତରକାଶୀ ର ମାଟି ତଳେ ଜୀବନ ଖୋଜା ଚାଲିଛି। -
ଆଜି ଜାତୀୟ ହସ୍ତତନ୍ତ ଦିବସ l -
ଆଜି ୬ ଘଣ୍ଟା ପୁରୀ ବନ୍ଦ । -
ଘାନାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। -
ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍ପେଣ୍ଡ । -
ଥମୁନି ବେଆଇନ୍ ଗୋରୁ ଚାଲାଣ । -
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସ୍ୱାସ୍ଥମନ୍ତ୍ରୀ । -
ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା । -
ରୁଷିଆର ଗାମାଲେୟା ନେସନାଲ ରିସର୍ଚ୍ଚ ସେଣ୍ଟରରେ କ୍ୟାନସର ଟିକା ବିକଶିତ ହୋଇଛି। -
ଆମେରିକାର ଧମକରେ କ୍ରୋଧିତ ରୁଷ।