

ସତ୍ୟଶିଖା( ଗୁଜରାଟ ) ୧୭ .୦୫.୨୦୨୧: ଗୁଜରାଟର ଅମରେଲୀ ନିକଟରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ଏଯାବତ ମିଳିନାହିଁ।
ସେହିପରି ଗୁଜରାଟର ରାଜକୋଟରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି। ଏଥିରେ ମଧ୍ୟ ଧନଜୀବନ ହାନୀ ହୋଇ ନାହିଁ ବୋଲି ଖବର ମିଳିଛି।