ରାଜ୍ୟସ୍ୱାସ୍ଥ୍ୟ

କାର୍ଯ୍ୟସ୍ଥଳୀରେ ଘରୋଇ କର୍ମଚାରୀଙ୍କୁ ଟିକାକରଣ ପାଇଁ ଗାଇଡଲାଇନ୍ ଜାରି

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୫.୨୦୨୧: କୋଭିଡ୍ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ସାମୁହିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ଉଭୟ ସରକାରୀ ଓ ଘରୋଇ କର୍ମଚାରୀ ଏବଂ ପରିବାର ବର୍ଗଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ଟିକାକରଣ ସୁବିଧା ଦେବା ନିମନ୍ତେ ଓଡ଼ିଶା ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଶିଳ୍ପ ପ୍ରତିଷ୍ଠାନ ଓ ଘରୋଇ ଅନୁଷ୍ଠାନ ଚାହିଁଲେ ନିଜ ଖର୍ଚ୍ଚରେ ନିଜର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର କୋଭିଡ୍ ଟିକାକରଣ କରିପାରିବେ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଗତକାଲି ଚିଠି ଲେଖି ଉଭୟ ଘରୋଇ ଓ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀ(ୱାର୍କପ୍ଲେସ୍‌)ରେ କୋଭିଡ୍ ଟିକା ପ୍ରଦାନ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସ୍ପଷ୍ଟୀକରଣ ସମ୍ପର୍କରେ ଅବଗତ କରାଇଛନ୍ତି।

Show More
Back to top button