ଦେଶନ୍ୟୁଜ୍

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି ହେଲା…

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୩.୦୭.୨୦୨୦:  କରୋନା ମହାମାରୀ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏହାର ପ୍ରଭାବ ଏବେ ସାରା କ୍ଷେତ୍ର ଉପରେ ପଡ଼ିଛି । ସେହିଭଳି ଚଳିତବର୍ଷ ସ୍ୱାଧୀନତା ଦିବସ ଫିକା ପଡ଼ିବ ବୋଲି ଜଣାପଡ଼ିଛି ।

ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । କିନ୍ତୁ ଦେଶ ଓ ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇବାରେ ଲାଗିଛି । ତେଣୁ କୋଭିଡ଼ ନିୟମ ସହ ଚଳିତବର୍ଷ ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଇଡ଼ ଲାଇନ ଜାରି କରାଯାଇଛି ।

ତେବେ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁସାରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ବେଳେ ଭିଡ଼ ଜମିବନି । ଭିଡ଼ ରୋକିବା ପାଇଁ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦିଆଯିବ । ସମାରୋହରେ ଅଧିକ ଜନସମାଗମକୁ ସମ୍ପୂର୍ଣ୍ଣ ରୋକ ଲଗାଯିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନ ୯ଟା ପରେ ପତକା ଉତ୍ତୋଳନ କରାଯିବ । ପତାକା ଉତ୍ତୋଳନ ସମାରୋହରେ ଅଧିକ ଜନସମାଗମ ହେବ ନାହିଁ । ସାମାଜିକ ଦୂରତା ଓ ମାସ୍କ ପିନ୍ଧବା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ପତାକା ଉତ୍ତୋଳନ ସମାରୋହକୁ କୋଭିଡ଼ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବ ।

 

Show More
Back to top button