ନ୍ୟୁଜ୍
ସେପ୍ଟେମ୍ବରରେ ଅଧିକ ଆଦାୟ ହେଲା ଜିଏସଟି ରାଜସ୍ୱ


ସତ୍ୟଶିଖା ( ଭୁବନେଶ୍ୱର )୦୧ /୧୦ /୨୦୨୧: ସେପ୍ଟେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୧୭ ହଜାର କୋଟି ଟପିଯାଇଛି । ଏହା ସେପ୍ଟେମ୍ବର ୨୦୨୦ ତୁଳନାରେ ୨୩ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଅଗଷ୍ଟ ୨୦୨୧ ତୁଳନାରେ ପ୍ରାୟ ୪ ପ୍ରତିଶତ ଅଧିକ । ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା ।
ସେପ୍ଟେମ୍ବର ମାସରେ ସଂଗ୍ରହ ହୋଇଥିବା ୧.୧୭ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୦୫୭୮ କୋଟି, ରାଜ୍ୟ ଜିଏସଟି ଟ.୨୬୭୬୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୦,୯୧୧ କୋଟି ଟଙ୍କା ଓ ସେସ ୮୭୫୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।