ଦେଶନ୍ୟୁଜ୍ବାଣିଜ୍ୟବିଦେଶ

ରେକର୍ଡ ସ୍ତରରେ ଜିଏସ୍‌ଟି, ଜାନୁଆରୀରେ ଛୁଇଁଲା ୧.୨୦ ଲକ୍ଷ କୋଟି

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଗତ ମାସରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଜିଏସ୍‌ଟି । ୨୦୨୧, ଜାନୁଆରୀ ମାସରେ ସମୁଦାୟ ଜିଏସ୍‌ଟି ଆଦାୟ ୧ ଲକ୍ଷ ୧୯ ହଜାର ୮ଶହ ୪୭ କୋଟି ଟଙ୍କାରେ ପହଞ୍ଚିଛି । ୩୧.୦୧.୨୦୨୧ର ସନ୍ଧ୍ୟା ସୁଦ୍ଧା ଏହି ଆଦାୟ କରାଯାଇଥିବା ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ସିଜିଏସ୍‌ଟି ୨୧ ହଜାର ୯ ଶହ ୨୩ କୋଟି, ଏସ୍‌ଜିଏସ୍‌ଟି ୨୯ ହଜାର ୧୪ କୋଟି, ଆଇଜିଏସ୍‌ଟି ୬୦ ହଜାର ୨ ଶହ ୮୮ କୋଟି ( ୨୭,୪୨୪ କୋଟି ଆମଦାନୀରୁ ମିଳିଛି ) ଏବଂ ସେସ୍‌ ୮ ହଜାର ୬ ଶହ ୨୨ କୋଟି ( ୮୮୩ କୋଟି ଆମଦାନୀରୁ ମିଳିଛି) ଆଦାୟ ହୋଇଛି । ଡିସେମ୍ୱର ୨୦୨୦ରୁ ୩୧ ଜାନୁଆରୀ ୨୦୨୧ ମଧ୍ୟରେ ପାଖାପାଖି ୯୦ ଲକ୍ଷ ଲୋକ ଜିଏସ୍‌ଟିଆର-୩ବି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି ।

ସରକାର ରେଗୁଲାର ସେଟେଲ୍‌ମେଣ୍ଟ ଜରିଆରେ ୨୪,୫୩୧ କୋଟି ଟଙ୍କା ସିଜିଏସ୍‌ଟି ଏବଂ ୧୯,୩୭୧ ଟଙ୍କା ଏସ୍‌ଜିଏସ୍‌ଟି ସେଟେଲ୍‌ କରିଛନ୍ତି । ଏହି ସେଟେଲ୍‌ମେଣ୍ଟ ପରେ କେନ୍ଦ୍ର ସରକାର ଜାନୁଆରୀ ୨୦୨୧ ସୁଦ୍ଧା ସିଜିଏସ୍‌ଟିରେ ୪୬,୪୫୪ କୋଟି ଲାଭ କରିଥିବା ବେଳେ ରାଜ୍ୟ ସରକାର ଏସ୍‌ଜିଏସ୍‌ଟିରେ ୪୮,୩୮୫ କୋଟି ଲାଭ କରିଛନ୍ତି ।

ଗତ ୫ ମାସ ପୂର୍ବ ରେଭେନ୍ୟୁକୁ ହିସାବକୁ ନେଲେ ଏହି ମାସରେ ଅଧିକ ଜିଏସ୍‌ଟି ଆଦାୟ ହୋଇଛି । ପୂର୍ବ ବର୍ଷର ଜାନୁଆରୀ ମାସ ଠାରୁ ୨୦୨୧ ଜାନୁଆରୀରେ ଅଧିକ ୮ ପ୍ରତିଶତ ଜିଏସ୍‌ଟି ଆଦାୟ ହୋଇଛି । ଯାହାକି ୧.୧ ଲକ୍ଷ କୋଟିରୁ ଅଧିକ ରହିଛି । ଏହି ମାସ ମଧ୍ୟରେ ଆମଦାନୀ ଦ୍ରବ୍ୟର ରେଭେନ୍ୟୁ ୧୬ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଘରୋଇ ବ୍ୟବସାୟର ରେଭେନ୍ୟୁ ୬ ପ୍ରତିଶତ ବୃଦ୍ଧି ପାଇଛି ।

ଜିଏସ୍‌ଟି ଲାଗୁ ହେବା ପରଠାରୁ ଜାନୁଆରୀ ୨୦୨୧ର ଜିଏସ୍‌ଟି ରେଭେନ୍ୟୁ ଆଦାୟ ସବୁଠାରୁ ଉଚ୍ଚରେ ରହିଛି ଏବଂ ଏହା ୧.୨ ଲକ୍ଷ କୋଟିରେ ପହଞ୍ଚିଛି । ଯାହାକି ଗତ ମାସରେ ହୋଇଥିବା ଆଦାୟ ୧.୧୫ ଲକ୍ଷ କୋଟି ଠାରୁ ଅଧିକ ରହିଛି ।

Show More
Back to top button